୭୪ତମ ଗଣତନ୍ତ୍ର ଦିବସ
୭୪ତମ ଗଣତନ୍ତ୍ର ଦିବସ
ଅମୃତ କାଳର ଉତ୍ସବ
ଗଣତନ୍ତ୍ରର ଏ ପରବ
ଜନତା ଅତିହିଁ ହରଷ
ଅଛିରେ ସୁରକ୍ଷାରେ ଦେଶ।
ସମ୍ବିଧାନ ଦ୍ବାରା ଶାସନ
ଲୋକତନ୍ତ୍ରରେ ଏ ଗଠନ
ଦିବସ ଆସୁଛି ତାହାର
ରାଷ୍ଟ୍ରୀୟ ପର୍ବରେ ଆମର।
ଗର୍ବିତ କରିଛି ରାଷ୍ଟ୍ରକୁ
ସମ୍ମାନ ମିଳୁଛି ଆମକୁ
ବିଶ୍ବରେ ହୁଏଟି ଆଦର
ସମ୍ମାନ ଅପାର ରାଷ୍ଟ୍ରର।
ଜନ ଗନ ମନ ଗୁଞ୍ଜନ
ଗୁଞ୍ଜିବରେ ସାରା ଭୁବନ
ବନ୍ଦେ ମାତରମ୍ ଝଙ୍କାର
ରାଷ୍ଟ୍ରର ଜାତୀୟତା ରାବ୍।
୨୬ ଜାନୁଆରୀ ଉତ୍ସବ
ସ୍ମୃତିରେ ଗଣତନ୍ତ୍ର ଭାବ
ପୁରୋଧାଙ୍କର ସ୍ମୃତିର
ଚରଣ ପୂଜନ ତାଙ୍କର।
ଅର୍ପଣ ଜୀବନ ରାଷ୍ଟ୍ରରେ
ଜନସେବା ଓ କର୍ତ୍ତବ୍ୟରେ
ଗର୍ବିତ କରୁଛି ପରବ
&
nbsp; ଅଟେଟି ଏହୁ ରାଷ୍ଟ୍ର ପର୍ବ।
୧୯୫୦ ରୁ ହେ ପାଳିତ
ସମ୍ବିଧାନରେ ହିଁ ଲିଖିତ
ସମ୍ବିଧାନ ଦ୍ବାରା ଶାସନ
ଲୋକତନ୍ତ୍ର ଦେଶ ମହାନ।
ଜନତା କରେଟି ଚୟନ
ହିନ୍ଦୁସ୍ଥାନ ଅଟେ ମହାନ
ଚୟନପାଞ୍ଚ ବର୍ଷେ ପରା
ଭାରତ ସମ୍ବିଧାନ ପରା।
ଏ ମାଟି ଚିର ବନ୍ଦନୀୟ
ସର୍ବତ୍ର ଏ ସମ୍ମାନନୀୟ
ବିଶ୍ବେଭାରତ ସର୍ବଶ୍ରେଷ୍ଠା
ଗୁଞ୍ଜୁଛି ଯାର ପରାକାଷ୍ଠା।
ଅମର ରାଷ୍ଟ୍ର ଏ ଭାରତ
ଏହୁତ କୃଷ୍ଣ ରାମ ରାଷ୍ଟ୍ର
ଉଡୁ ଅଛି ଯଶ କୀର୍ତ୍ତିର
ଧ୍ବଜା ଅଟେ ବୈଜୟନ୍ତୀର।
ସକାଳରୁ ସଞ୍ଜ ପଲ୍ଲୀରେ
ଦିଲ୍ଲୀ ତକହିଁ ଉତ୍ସବରେ
ସମର୍ଥ କିଏସେ ହେବରେ
ରାଷ୍ଟ୍ରୀୟ ପର୍ବ ବର୍ଣ୍ଣିବାରେ।
ଜାତୀୟ ସଙ୍ଗୀତ ଧ୍ବନିର
ପ୍ରେମ ଓ ଶ୍ରଦ୍ଧାର ଅମ୍ବାର
କରିବ ଜଡ଼ିତ ଜନତା
ଦେବରେ ମନେ ରାଷ୍ଟ୍ରୀୟତା।