(୩ୟ)#ବେଳାଭୂମି#
(୩ୟ)#ବେଳାଭୂମି#
ସୂର୍ଯ୍ୟାସ୍ତର ସେଇ ପାଟଳ ଆକାଶ ତଳେ
ମହୋଦଧିର ଏ ବିସ୍ତୀର୍ଣ୍ଣ ସ୍ବର୍ଣ୍ଣିମ ବେଳାଭୂମି,
ନିଶିର କୋମଳ ଆଲିଙ୍ଗନକୁ ଆମନ୍ତ୍ରଣ କରି
ମିଠାସ୍ବପ୍ନର ଶିହରଣରେ ସତେକି ଯାଉଛି ଝୁମି ,
ଦିଶୁଛି ଅନନ୍ୟ ଅପରୂପ ସୌନ୍ଦର୍ଯ୍ୟ ରେ ଭରା
ଗୋଧୂଳିର ସଂସ୍ପର୍ଶରେ କେଡେ ଅପାସୋରା,
ଦେହରେ ବିସ୍ମୟକୁ ବୋହି, ସାଥିରେ ମଳୟକୁ ନେଇ
ଗାଉଛି ମିଳନ ସଙ୍ଗୀତ ଦୋହଲାଇ ସମସ୍ତ ଧରା,
କେତେ କେତେ କଳ୍ପନାର ଉତ୍ସ ହୋଇ
ହସୁଥାଏ ଦେହସାରା ଜହ୍ନର ଜୋଛନା ମାଖି,
ମୋହନୀୟ ତା'ର ସେ ସ୍ମୃତି ଭରା ରୂପେଲି ତଟ
ସାରାରାତି ଝରୁଥିବା କାକର ବିନ୍ଦୁ ଯା' ସାକ୍ଷୀ ,
କେବେ କିନ୍ତୁ ମନେହୁଏ , ରାତ୍ରିର ନକ୍ଷତ୍ର ସ୍ନାନ ପରେ
ଗୋଟେ ବିବର୍ତ୍ତିତ ଆସନ୍ତା କାଲିର ଅପେକ୍ଷା ରେ,
ଶୋଇଛି ସେ ଇପ୍ସିତ ଉତ୍ତେଜନା କୁ ଛାତିରେ ଚାପି
କେଉଁ କାଳୁ ଯେମିତି ପ୍ରଳୟର ଆଶା ଆକାଂକ୍ଷାରେ ।