ଚାପିବାକୁ ହେବ କୋହ
ଚାପିବାକୁ ହେବ କୋହ
1 min
11.6K
ଜହ୍ନର ଜ୍ୟୋସ୍ନା ଶିଶିର କାକର
ଦରଦୀ ଆକୁଳ' ପ୍ରାଣେ
କାନେ କହିଯାଏ ପ୍ରେମର କବିତା
ଗାଉଛି ମୁଁ ମନେ ମନେ ॥
ପ୍ରିୟା ମୋ ଶୁଣୁଛି ମୁରୁକି ହସୁଛି
ବାଦଲ ସେ'ପାରି ଦେଶେ
ମୁକ୍ତ ଆକାଶେ ବିହଙ୍ଗ ପ୍ରାଏ
ଚନ୍ଦ୍ର ଚାତକୀ ରୋଷେ ll
ଅବୁଝା ରୂପସୀ ଅଳସୀ ପ୍ରିୟା ମୋ
ଲାଜେଇ ସେ ଭାରି ଅଟେ
ଦୂରେ ଚାଲିଯାଏ ନିତି ପ୍ରାଣ ଖାଏ
ବୁଝେ ନାହିଁ କଥା ମୋଟେ !!
କେତେଯେ କଳ୍ପନା ସଜାଡି ଥିଲା ସେ
ଅକୁହା' ଅନ୍ତରେ ତାର
ନାନା ବିଘ୍ନକୁ ଛାତିତଳେ ଚାପି
ସାଇତି ଥିଲା ତା' ଘର ll
ଆଉ ନାହିଁ ସେହି ଜୀବନ ଆନନ୍ଦ
ନାହିଁ ମୋହ ମାୟା ସ୍ନେହ
ଯେତେ ଦିନ ଆଉ ରହିବ ଆୟୁଷ
ଚାପିବାକୁ ହେବ କୋହ ll
ଚାପିବାକୁ ହେବ କୋହ