Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



SIPRA NAMTA   Author of the Year 2018 - Nominee

  Literary Brigadier

Forum Comments

ସାମ୍ପ୍ରତିକ ସାହିତ୍ୟରେ ନାରୀବାଦ୍ ର ସ୍ବର କେତେ ବେଶୀ ?

6    53    0

ନାରୀ ସୃଷ୍ଟି ର ମୂଳାଧାର ଏ କଥା ସତ୍ୟ ।କିନ୍ତୁ ଯୁଗେ ଯୁଗେ ନାରୀ ର ସ୍ଥିତି ପୁରୁଷ ଅଧୀନସ୍ଥ ।କାରଣ କେଉଁ ଆଦ୍ୟ କାଳ ରୁ ଆମେ ଯାହା ବେଦ ପୁରାଣ ର ଦର୍ଶନ ରୁ ଜାଣିଛୁ ,ଇତିହାସରେ ମଧ୍ୟ ଚିତ୍ରିତ ଅଛି ,କେତେବେଳେ ନାରୀ ବିଦୁଷୀ କେତେବେଳେ ନାରୀ ସିପାହୀ ,କେତେବେଳେ ପୁଣି ରତି ବିଳାସିନୀ ।ଜାୟା ,ଜନନୀ ,ଭଗିନୀ ,ଚରିତ୍ର ରେ ଅବତ୍ତୀର୍ଣ୍ଣା ଏଇ ନାରୀ ର ଆଧୁନିକ ସ୍ଥିତି ଖୁବ୍ ଶୋଚନୀୟ ।

ହୋଇପାରେ ବର୍ତ୍ତମାନ ସାମାଜିକ କ୍ଷେତ୍ର ରେ ନାରୀ ଙ୍କ ପାଇଁ ଆଇନ ଅନେକ କିଛି ସହାୟତା ର ହାତ ବଢାଇଛି ତଥାପି ସେସବୁ ଉପେକ୍ଷିତ ।

ସାହିତ୍ୟ ରେ ନାରୀ ଚରିତ୍ର ସମାଜ ରୁ ହିଁ ଆସୁଛି ।କାରଣ ଅଧୁନା ପ୍ରଚଳିତ ସମାଜର ନାରୀ ସ୍ୱରୂପ ଖୁବ୍ ସମ୍ବେଦନ ମୂଳକ ।ସେଥିପାଇଁ କେବଳ ଯେ ପୁରୁଷ ଦାୟୀ ସେ କଥା ନୁହେଁ କିଛି କ୍ଷେତ୍ର ରେ ନାରୀ ମଧ୍ୟ ଦାୟୀ ।।ଉପଯୁକ୍ତ ସମ୍ମାନ ,ଆଦର ,ସ୍ନେହ ପ୍ରତ୍ୟେକ କ୍ଷେତ୍ରରେ ନାରୀର ସ୍ବେଚ୍ଛାଚାରିତା ଏବଂ ପୁରୁଷ ର ଅହଙ୍କାର ଦ୍ୱାରା ପ୍ରେରିତ ହୋଇ ଭୁଲ ହେଉଛି ଯାହା ର କୌଣସି ପ୍ରାୟଶ୍ଚିତ ନାହିଁ ।ଏପରି ସ୍ଥଳେ ସାହିତ୍ୟ ରେ ନାରୀ ସାହିତ୍ୟିକଙ୍କ ସ୍ୱର ତୀବ୍ର ହେଉଛି ।ପୂର୍ବ ପରି ରକ୍ଷଣ ଶୀଳତା ଯଦିଓ ଆଉ ନାହିଁ ,ବେଶ ଭୁଷା ,ଚାଲି ଚଳଣ ,ରଙ୍ଗ ଢଙ୍ଗ ,ସବୁଥିରେ ପରିବର୍ତ୍ତନ ଆସିଛି ସତ ,ପ୍ରାଚ୍ୟ ରୁ ପାଶ୍ଚାତ୍ୟ କୁ ଡେଇଁ ସଭ୍ୟତା ଅନୁସରଣ ଚାଲିଛି ସେସବୁ ସାହିତ୍ୟ ରେ ମଧ୍ୟ ପ୍ରତିଫଳିତ ।ତେଣୁ ନାରୀ ସର୍ବଦା ଯୁଗପୋଯୋଗୀ ହୋଇ ସ୍ବେଚ୍ଛାଚାରିତା ରୁ ମୁକ୍ତ କିନ୍ତୁ ସବଳା ଏବଂ ପୁରୁଷ ସବୁବେଳେ ଅହଂକାର ତଥା ହୀନମନ୍ୟତା ରୁ ମୁକ୍ତ ହେଲେ ସମାଜ ଓ ସାହିତ୍ୟ ରେ ନାରୀ ଚରିତ୍ର ସହଜ ,ସାବଲୀଳ ହେବ ,ନିଶ୍ଚୟ । କାରଣ ନାରୀ ଓ ପୁରୁଷ ସବୁବେଳେ ପରସ୍ପର ର ପରିପୁରକ ।

ଧନ୍ୟବାଦ

ଜୟ ଜଗନ୍ନାଥ

13/02/2019

ଭାବ ଓ ଭାଷା ମଧ୍ୟରୁ ସାହିତ୍ୟ କାହାକୁ ନେଇ କାଳଜୟୀ ଓ କାହିଁକି ?

6    46    2

ଭାଵ ଓ ଭାଷା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।ଗୋଟିଏ ହୃଦୟ ହେଲେ ଅନ୍ୟ ଟି ମସ୍ତିଷ୍କ ।ଭାଵ ର ମାଧୁର୍ଯ୍ୟ ଓ ଭାଷା ର ଅଳଙ୍କାର ପରସ୍ପର ପରିପୁରକ । ଭାଵ ହୀନ ଓ ଭାଷା ହୀନ ସାହିତ୍ୟ କୁ କୌଣସି ରୂପରେ ଶ୍ରେଷ୍ଠତା ମିଳି ନ ପାରେ ।ଓଡିଆ ର ପ୍ରଚଳିତ ,"ଖା ,ଭୁଞ୍ଜ ,ଗିଳ " ପ୍ରବାଦ ଅନୁସାରେ ସ୍ଥାନ କାଳ ପାତ୍ର କୁ ନେଇ ଭାଷା ପ୍ରୟୋଗ ହେବା ଉଚିତ ।ସମସାମୟିକ ସମାଜ ର ଚିତ୍ର ତା'ର ବଳିଷ୍ଠ ସାହିତ୍ୟ ରୁ ମିଳିଥାଏ ।ସାହିତ୍ୟ ରେ ଉଚକୋଟୀର ଭାଷା ର ଆବଶ୍ୟକତା ରହିଛି କିନ୍ତୁ ସେଥିରେ ଭାଵ ନ ରହିଲେ ତାହା ଲୋକାଦୃତ ହୋଇ ପାରିବ ନାହିଁ ।ତେଣୁ ଭାଵ ଏବଂ ଭାଷା ର ବର୍ଗିକରଣ କୁ ଲକ୍ଷ୍ୟ କରି ସାହିତ୍ୟ ରଚନା ହେଲେ ତାହା ଉପଯୁକ୍ତ ପାଠକ ସୃଷ୍ଟି କରିବା ସହିତ କାଳଜୟୀ ହେବ ।

24/01/2019