@fvc33r4j

ଅକ୍ଷୟ କୁମାର ବେହେରା
Literary Colonel

68
Posts
81
Followers
2
Following

ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକ ନିକଟସ୍ଥ ଚତୁଃରଦିଗ ସବୁଜିମା ଘେରା ବଣ ବିଲ ମଧ୍ୟେ କେନ୍ଦୁଡିହା ଗ୍ରାମରେ ୧୯୮୭ମସିହାରେ ମୋର ଜନ୍ମ । ଜନ୍ମଦାତା:-ରମେଶ ବେହେରା ଜନ୍ମଦାତ୍ରୀ:-ସୋମବାରୀ ବେହେରା ଙ୍କ ସ୍ବପ୍ନର ରାଜ୍ୟରେ ଜ୍ୟୋଷ୍ଠ ପୁତ୍ର ରୂପେ ମୋର ଜନ୍ମ । ପାଠପଢା ସମୟ ରୁ ସାହିତ୍ୟ ପ୍ରତି ମୋର ହୃଦୟରୁ ଭଲପାଇବା ଥିଲା। ଶିକ୍ଷାର ଶେଷ ନାହିଁ କିନ୍ତୁ... Read more

Share with friends

Submitted on 31 May, 2020 at 03:13 AM

ମନ୍ଦିର ମାଳିନୀ ଉତ୍କଳ ମୋ ରାଜ୍ୟ ସାରା ବିଶ୍ବେ ଜଣାଶୁଣା, ଜଗନ୍ନାଥ ଧାମ ଭକ୍ତ ପାଇଁ ଶ୍ରେଷ୍ଠ ଝରେ ଅମୃତ ଝରଣା ।

Submitted on 03 Mar, 2020 at 15:16 PM

ସୃଷ୍ଟିର ଉଷା ତ ଶିଶୁ ବୋଲି ଜାଣ ସଭିଙ୍କର ଅତି ପ୍ରିୟ, ଦେଶ ଜାତି ପାଇଁ କାମ କରି ଦିନେ ଗଢି ନେବେ ପରିଚୟ । ଅକ୍ଷୟ କୁମାର ବେହେରା

Submitted on 03 Mar, 2020 at 15:07 PM

ଯାହାକୁ ନିଜର ମନେ ଭାବିଥିଲି କରି ଦେଲା ମତେ ପର, ସ୍ବାର୍ଥରେ ଟିକିଏ ଉଣା ହେଲା ବୋଲି ହୋଇଗଲା ବହୁ ଦୂର ।। ଅକ୍ଷୟ କୁମାର ବେହେରା

Submitted on 15 Feb, 2020 at 16:46 PM

"କଥାଟି ଭୁଲିନ ଯିବ" ଅକ୍ଷୟ କୁମାର ବେହେରା ଆଜିର ଶିଶୁଟି କାଲି ଭବିଷ୍ୟତ ଅବହେଳା ନ କରିବ, ସମୟ ହେଉଛି ସଦା ଗତିଶୀଳ ପଛକୁ ଚାହିଁ ନ ଯିବ ।୧। ଶିକ୍ଷା ଦେଇ ଗଢି ତୋଳିଥିଲେ ତାକୁ ଦିନେ ସିଏ ବଡ ହେବ, ଭଲ କାମକରି ଦୁନିଆଁରେ ଜାଣ କୁଳର ନାମ ରଖିବ ।୨।

Submitted on 13 Feb, 2020 at 22:19 PM

ଶିକ୍ଷା ଓ ଶିକ୍ଷକ ଦୁହେଁ ତ ଯୋଡିତ ଜ୍ଞାନର ବିକାଶ ପାଇଁ, ଏକକୁ ଆରେକ ଅତି ଆପଣାର ପାଖ ତ ଛାଡିବେ ନାହିଁ ।

Submitted on 13 Feb, 2020 at 22:13 PM

ସୁଖ ଦୁଃଖ ଦୁଇ ସାଥୀ ଆମ ପାଇଁ ବନ୍ଧୁ ପରି ସାଥେ ଥାଏ, ପାଦରେ ପାଦକୁ ମିଶାଇ ଚାଲିଲେ କିଛି ବି ଜଣାନ ଯାଏ ।

Submitted on 13 Feb, 2020 at 21:56 PM

ଉତ୍କଳର ପତି ପ୍ରଭୁ ଜଗନ୍ନାଥ ସୁଖେ ଦୁଃଖେ ଆମ ସାଥୀ, କରୁଣା କରନ୍ତି କରୁଣା ସାଗର ସୁଖେ ଦିନଯାଏ ବିତି ।

Submitted on 12 Feb, 2020 at 22:35 PM

ବସନ୍ତେ ପ୍ରେମର ଫୁଲଟି ସତେଜ ଦିଶୁଥାଏ ଟହଟହ, ପ୍ରେମିକା ପାଖରେ ଦିନ କାଟିବାକୁ କହେ ଆଉ ଟିକେ ରୁହ । ଅକ୍ଷୟ କୁମାର ବେହେରା ।।।

Submitted on 12 Feb, 2020 at 22:26 PM

ପ୍ରେମରେ ନଥାଏ ଜାତି ଭେଦ ଭାବ କେବଳ ମନ, ପ୍ରାଣର ମିଳନ, ଦୁଇଟି ହୃଦୟ ମିଶିଗଲା ପରେ ବାନ୍ଧେ ପ୍ରେମର ବନ୍ଧନ ।

Submitted on 12 Feb, 2020 at 22:13 PM

ଦୁଃଖ ଝଡ ଝଞ୍ଜା ପ୍ରେମରେ ଆସଇ ଯନ୍ତ୍ରଣାର ଗନ୍ତାଘର, ଦେବାକୁ ପଡଇ ଅନେକ ପରୀକ୍ଷା ଏଇ ପ୍ରେମ ଉପହାର ।

Submitted on 08 Feb, 2020 at 00:19 AM

ପ୍ରଥମ ପ୍ରେମକୁ ଭୁଲି କେ ପାରିଛି ଏମିତି ଯେ ନାହିଁ କେହି, କୃଷ୍ଣ ଅବତାରେ ସ୍ବୟଂ ନାରାୟଣ ଝୁରିଛନ୍ତି ରାଧା ପାଇଁ ।

Submitted on 08 Feb, 2020 at 00:15 AM

ମୋ ମନ ଭୁଲିନି ପ୍ରଥମ ଦେଖକୁ ବାରମ୍ବାର ପଡେ ମନେ, ଜୀବନ ସାଥୀଟି କରିବି ତୁମକୁ ସମୟ ଆସିଲେ ଦିନେ ।

Submitted on 08 Feb, 2020 at 00:10 AM

ପ୍ରଥମ ଦେଖାରେ ମନ ଚୋରି କଲ ଭଲ ପାଇ ମୁଁ ବସିଲି, ସେ ଭଲ ପାଇବା ଗଭୀରତା ପାଇଁ ତୁମେ ମୋର ଘରବାଲୀ ।

Submitted on 29 Jan, 2020 at 13:35 PM

କର୍ମମୟ ଏଇ ଜୀବନ ଜଞ୍ଜାଳେ ସୁଖ ଦୁଃଖ ଦୁଇ ସାଥୀ, ସ୍ନେହ, ପ୍ରେମ ବାଣ୍ଟି ଆନନ୍ଦ ଉଲ୍ଲାସେ ବିତିଯାଏ ଦିନ ରାତି । ଅକ୍ଷୟ କୁମାର ବେହେରା

Submitted on 22 Jan, 2020 at 13:55 PM

ଦୂରକୁ ସୁନ୍ଦର ଉଚ୍ଛ ପରବତ ପାଖକୁ ତ ଜଳରାଶି, କୁଳୁ କୁଳୁ ନାଦେ ବୃକ୍ଷ ଲତା ଡେଇଁ ବୋହିଯାଏ ହୋଇ ଖୁସି ।

Submitted on 07 Dec, 2019 at 11:18 AM

ସୃଷ୍ଟିର ଆଧାର ପରମ ଇଶ୍ବର ସବୁଠାରେ ବିରାଜିତ, ଜୀବର ଅନ୍ତରେ ନିର୍ଜିବ ମଧ୍ୟରେ ରହିଛନ୍ତି ଜଗନ୍ନାଥ । ଗୁରୁ ଗୁରୁଜନ ସମାଜ ମଙ୍ଗଳେ ପୂଜିତ ବଡ ଠାକୁର । ପିତାମାତା ଆମ ସଂସାରେ ଅଟନ୍ତି ଦୁହେଁ ଜୀବିତ ଇଶ୍ବର ।

Submitted on 05 Dec, 2019 at 12:36 PM

ଭାଇ ଭଉଣୀର ପବିତ୍ର ସଂପର୍କ ସାରା ସଂସାରରେ ଜଣା, ତା ଆଗରେ ସବୁ ଫିକା ଫିକା ଲାଗେ ସ୍ନେହ ଶ୍ରଦ୍ଧା ତା ପାଉଣା ।

Submitted on 02 Dec, 2019 at 08:56 AM

ଯୁଗ ଯୁଗ ଧରି ଗୁରୁ ଶିକ୍ଷା ଦାତା ପଥ ପ୍ରଦର୍ଶକ ହୋଇ, ଜୀବନେ ଜିଇଁବା ମନ୍ତ୍ର କହୁଥାନ୍ତି ସଂସାର ମଙ୍ଗଳ ପାଇଁ । ଗୁରୁ ବିନା ମୁକ୍ତି ବାଟ ନ ଦିଶଇ ସବୁଠାରେ ସିଏ ପୂଜ୍ୟ, ତାଙ୍କରି ଆଦେଶ ପାଳନ କରିଲେ ପୁରା ହୁଏ ସବୁ କାର୍ଯ୍ୟ ।

Submitted on 02 Dec, 2019 at 08:32 AM

ଆଦୀମ କାଳରୁ ନିରାପଦ ଲାଗି ମାନବ କରିଲେ ମେଳି, ଏକତ୍ରିତ ହୋଇ ସଂପର୍କ ବାନ୍ଧିଲେ ବାପା ବୋଉ ଦାଦା ଖୁଡି । ଭାଇ ଭଉଣୀ ଓ ଜେଜେ ବାପା-ମାଆ ନେଇ ପରିବାର ଗଢା, ସାରା ଜୀବନ ଟା ବିତାଇବା ଲାଗି ସ୍ନେହ ପ୍ରେମ ହୁଏ ଲୋଡା ।

Submitted on 25 Jun, 2019 at 02:09 AM

ତେଲ ଲୁଣର ଏ ମାୟା ସଂସାରରେ କେହି ନୁହେଁ ଆପଣାର, ସୁଖ ବେଳେ ସବୁ ସାଥେ ରହିଥାନ୍ତି ଦୁଃଖରେ କରନ୍ତି ପର । ଅକ୍ଷୟ କୁମାର ବେହେରା ଭ୍ରାମ୍ୟଭାଷ:-୯୩୪୮୮୧୯୯୧୭


Feed

Library

Write

Notification

Profile