Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Prafulla Chandra Mishra  

"Literary Captain"


ଏ ଫୂଲ ଅମୂଲ ମୂଲ

Romance

ନୀଳ ଜଳରାଶି ପତ୍ର ଗହଳେ ବିକଚିତ ନୀଳ କଇଁ, ଜହ୍ନ ଜୋଛନା ରେ ଝଲସି ଯାଉ ଗୋ ଆରେ ନୀଳୋତ୍ପଳା ଦେହୀ ।। ପରାଣ ସରସୀ ନିରେ ମାନିନୀ ତୁ ପ୍ରଷ୍ଫୁଟିତ ସଜ କଳି, ଅବ୍ୟକ୍ତ ସୁଗନ୍ଧେ ସୁଗଭିତ ହୋଇ ଖେଳୁଥାଉ ଢଳି ଢଳି ।। ପ୍ରଶାନ୍ତ ଆକାଶ ନୀଳ ଦର୍ପଣ ଖିଆଲି ମନର ନିଶା, କେବେ ତ ବସନ୍ତ ନିଦାଘ, ଶିଶିର କେବେ ତୁ ଶ୍ରାବଣୀ ବର୍ଷା ।। ସବୁ ଲଗନ ରେ ମଗନ କରେ ତୋ ଶୀତଳ,କୋମଳ କୋଳ, ଝରଇ ପୀୟୂଷ ତୋ ପ୍ରେମରେ ମିତ ଏ ଫୁଲ ଅମୂଲ ମୂଲ ।। ଚିକୁର ଚମକ ଲାବଣ୍ୟ ତୋ ରୂପ ଆନମନା କରିଦିଏ, ପୂଣ୍ୟ ପ୍ରେମର ସାଥୀ ପ୍ରିୟବତୀ ତୁ ପାରିଜାତ ଫୁଲ ଟିଏ ।। ସୁକୁମାରୀ ସାଥୀ କୁମାରୀ ଅଙ୍ଗ ଶରତ ନିର୍ମଳ ଶଶି, ଶୀତଳିତ କରି କବି ହୃଦୟ କୁ ଆବୋରି ନେଉଛି ଆସି ।। ମେଘ ମମେଦୁରିତ ଆକାଶ ତଳର ବକୁଳ,ତମାଳ କୁଞ୍ଜ- କୁଞ୍ଜେ, ନୃତ୍ୟରତା ମୟୂରୀ ତୁମେ ଗୋ ଅପାସୋରା ଏକ ଚିତ୍ର ।।



1    0 0

ଏ ମଧୂଝରା ନିଶା ରାତି

Others

ମାଳତୀ ମଞ୍ଜରୀ କୁଞ୍ଜ କୁଟିରରେ ମୃଦୁ ହିଲ୍ଲୋଳ ଲୋଳେ, ସ୍ଵାଗତଂ ଦେବୀ କବି ପ୍ରାଣ ଛବି ସଞ୍ଜ ଦୀପ ଶିଖା ଧରେ, ରଞ୍ଜାଇ ଦିଅ ଗୋ ଏ ମଧୂ ଲଗନ ତୁମରି ପ୍ରେମ ପୀୟୂଷେ, କଞ୍ଜ ନୟନା ଲଳିତ ସଞ୍ଜେ…।।



1    0 0

ଇ'ଏ ବିଜୟ ନେତ ଉଡାଏ , ଇ'ଏ କିଏ

Others

ଏ ନୀଳଶଇଳ ନୀଳ ପରବତ ଐରାବତ ମତ୍ତ ହସ୍ତୀ ପଲାସି ଆସଇ ମହାମେରୁ ଗରୁ ଅଚଳ କଳା ମୂରତି ।।



1    0 0

ଅପାସୋରା ଚିତ୍ର ତୋର

Others

ତୁ ଯେ ପୂଣ୍ୟ ଗର୍ଭା ଅପରୂପ ଶୋଭା ଅପାସୋରା ଚିତ୍ର ତୋର ଜୀବନ ନଦୀରେ ନୀଳ ଜଳ ଧାରେ ସାତରଙ୍ଗି ରୂପ ଝର



1    208 0

ଅଦୃଶ୍ୟ ସେ ରୂପ

Others

ସିନ୍ଧୁସୁତା ପ୍ରାଣ ବନ୍ଧୁ ହେ ନୀଳାଦ୍ରି ଶେଖର ଇନ୍ଦୁ ଦୁଃଖ ମୟ ମୋର ଜୀବନ ଜାତକ କି ନାରଖାର ଦିନ ବିତେ କାନ୍ଦୁ କାନ୍ଦୁ ।।



1    22 0

ମନ ଆକାଶର ଜହ୍ନ

Romance

ମଧୁଝରା କୁନ୍ଦ ବନ, ରତିପତି ଶର ଅସହ୍ୟ, ସୁନ୍ଦର ଛବି ଦେଖିଦେଲେ ତୁମ, ତୁମେ ଆକାଶ କୁସୁମ , ତୁମେ ପ୍ରୀତି ଧାରା ମନ… ।।



1    240 0

କଥା ସତ୍ୟ ଯୁଗର

Classics

ତର୍ପଣ ଜଳରେ ମୀନ ଦେଖି ନରରାଣ ହୋଇ, ଚିନ୍ତାଶିଳେ ଇଷ୍ଟ କଲେକ ସ୍ମରଣ ।। ଗୁରୁ ଗମ୍ଭୀର ସ୍ୱର ରେ ମୀନ କହେ ଶୁଣ ଧର୍ମରକ୍ଷା ଅର୍ଥେ ମୋର ଏ ରୂପ ଭୀଷଣ ।।



1    248 0

ପ୍ରଭୁ ହେ ଦୁଃଖୀ ଦୁଃଖ ଶୁଣିବକି ।

Tragedy

ଅରକ୍ଷ ରକ୍ଷଣ ତୁମେ ନାରାୟଣ କର ହେ ଦୁଃଖ ମୋଚନ ତୋରେ ଅନୁସରି ବସିଛି ସେ ହରି ତୋଟି ଶୁଖେ ଡାକି ଡାକି ।।



1    7.1K 13