Prasanta Kumar Behera
Literary Brigadier
AUTHOR OF THE YEAR 2019,2021 - NOMINEE

321
Posts
237
Followers
12
Following

I am a teacher...

Share with friends
Earned badges
See all

ଆଗୋ କବିତା ମୋ ପ୍ରେମିକା ମୁଁ କି ଜାଣିଥିଲି ମୋର ସେଇ ନିର୍ମୋହ ଚୁମ୍ୱନ ତୁମ ଦୃଷ୍ଟିରେ ଧୃଷ୍ଟତାରେ ଗଣାହେବ ଜାଣିଥିଲେ ଅବା ମୁଦି ରଖିଥାନ୍ତି ମୋ'ର ଆତ୍ମା ସିନ୍ଦୁକରେ ମୋ'ର ଏ କୋମଳ ଭାବ @ ପ୍ରଶାନ୍ତ କୁମାର ବେହେରା

ଏଇ ଯୌବନର ନିଶାରେ ଇନ୍ଦ୍ରିୟର ପ୍ରତିଟି ଇଚ୍ଛାକୁ ଚରିତାର୍ଥ କରିବାକୁ ଯାଇ ଆଖିରୁ ନିଦ ହଜିଛି ଭୋକ,ଶୋଷ ଭୁଲିଛି ଅବଶୋଷରେ ମନ ଭରିଛି ବିଶ୍ୱାସ ବି ମରିଛି .... @ ପ୍ରଶାନ୍ତ କୁମାର ବେହେରା

ଆଖିରେ ତୋ'ର ଇନ୍ଦ୍ରଜାଲ ଲୋ ସୁରେ ତୋର ପଦ୍ମତୋଳା ମଣିରାଜ ମଣି ଛଡାଇ ରଖିଛୁ କେଉଁଠି କହିବୁକି ଧୀରେ ବାଳା... @ ପ୍ରଶାନ୍ତ କୁମାର ବେହେରା

ଜହ୍ନ ଛପିଥିଲା ବାଦଲ ଉହାଡେ ଆକାଶେ ଅଂଧାର ରଚିଲା ମାୟା l ଏ ଶୁଭ ଲଗନେ ତତେ ମୁ୍ଁ ପାଇଲି ବହଳ ଅଂଧାରେ ହୋଇଛୁ ଠିଆ l @ ପ୍ରଶାନ୍ତ କୁମାର ବେହେରା

ତୋର କଥାରେ କଥାରେ କହଭଲା ଏତେ ରଖିଛୁ କାହିଁକି ମହୁ ତୋର ଆଖିରେ ଆଖିରେ କହ କିଂପା ଫୁଟେ ଅଲିଭା କାମନା ଦାଉ.... @ ପ୍ରଶାନ୍ତ କୁମାର ବେହେରା

ନୂଆ ନୂଆ ଶୀତର ପରଶେ ଆକାଶୁ ପିୟୁଷ ପଡିଲା ଝରି ସକାଳୁ ସକାଳୁ ଦୁର୍ବାଦଳ ପରେ ଝଲମଲ କରେ ଅରୁଣ ରାଗରେ ଭିଜି l @ପ୍ରଶାନ୍ତ କୁମାର ବେହେରା

ଆସ ହେ ବଂଧୁ ଶୋଚନା କି ପାଇଁ ଅଧୁରା ଚିବୁକ ମୋ ତୋଳିଧର ଲୋଟିଯାଏ ମୁହିଁ ତମ ବକ୍ଷଦେଶେ କାଳଗତି ହେଉ ଥିର ..... @ ପ୍ରଶାନ୍ତ କୁମାର ବେହେରା

ଚିର ଇପ୍ଷିତ ଚିର ଆକାଂକ୍ଷିତ ତମେ ତ ମୋ ସ୍ୱପ୍ନର ରାଜଜେମା ରୋମାଞ୍ଚିତ ମନ ନିବିଡ ସମ୍ପର୍କ ତମେ ପୁଣି ମୋର କଳ୍ପନାର ଅପ୍ସରା.... @ ପ୍ରଶାନ୍ତ କୁମାର ବେହେରା

ବିତି ଯାଉ ମୋର ସକଳ ମୁହୁର୍ତ୍ତ ତୋ ରୂପ ବଂଦନା ଗାଇ ବିତି ଯାଉ ମୋର ଏ ସାରା ଆୟୁଷ ତୋ ପ୍ରେମ ପରଶ ପାଇ ... @ ପ୍ରଶାନ୍ତ କୁମାର ବେହେରା


Feed

Library

Write

Notification
Profile