Santosh Kumar Nayak
Literary Brigadier
AUTHOR OF THE YEAR 2020,2021 - NOMINEE

175
Posts
24
Followers
19
Following

I'm Santosh Kumar and I love to read StoryMirror contents.

Share with friends
Earned badges
See all

ଯେତେ ଦାମୀ ଗାଡ଼ି ଚଲା ତୁ ବାବୁ ରେ ରଖିଥିବୁ ସଦା ମନେ, ଶେଷ ଗାଡ଼ି ତୋର ଛ' ଖଣ୍ଡ ବାଉଁଶ ଅଟକିବ ଶମଶାନେ ।

ହାତରେ ଗୋଲାପ ଧରି ତୁମ ବାଟ ଚାହିଁ ଜଗିଛି ମୁଁ କେତେ ବେଳୁ ତୁମ ଦେଖା ନାହିଁ ! ଆସିବାର ନାହିଁ ଯଦି ମନା କରିଥାନ୍ତ ଅଯଥାରେ ଗୋଲାପ ମୁଁ ତୋଳନ୍ତି ବା କାହିଁ ??

ହବିଷ ଖାଉଛି ମନ୍ଦିର ଯାଉଛି ପାଳୁଛି ପଞ୍ଚୁକ ବ୍ରତ, କପାଳେ କାଟିଛି ଚିତା ଚଇତନ କାନ୍ଧରେ ମୋ ଉପବୀତ; ଗାଉଛି ଭକତି ଗୀତ, କେତେ ପାପ କେତେ ପୂଣ୍ୟ ଅରଜିଛି ସାକ୍ଷୀ ସେଇ ଜଗନ୍ନାଥ ।

ଅପାସୋରା ସ୍ମୃତି ଜାଳୁଥିବ ନିତି ହେବ ନାହିଁ ଜମା ଭୁଲି, କିଛି କ୍ଷଣ ପାଇଁ ଜଳନ୍ତା ହୃଦୟ ଆଶ୍ୱସ୍ତି ଲଭିବ ବୋଲି ; କାନ୍ଦି ଦିଏ ମନ ଖୋଲି, ମୁଁ କାନ୍ଦି ଦିଏ ମନ ଖୋଲି ।।

ମନ ବଗିଚାର ଗୋଲାପ ମରିଛି ଶୁଖିଲା କଣ୍ଟା ତା' ସାକ୍ଷୀ, ତୁମ ପ୍ରତାରଣା କେତେ ଭୟଙ୍କର ସେକଥା ଜାଣେ ମୋ ଆଖି । ସାରା ରାତି ମୋର କେମିତି କଟୁଛି ଆସିଯାଅ ଥରେ ଦେଖି, ଦେଇଯାଅ ମୋତେ ଆଉ ଟିକେ ଦୁଃଖ ଯଦି ଅଛି କିଛି ବାକି ।

କି ଲାଭ ମିଳିବ ମଲା ପରେ ଦେଲେ ଭୋଜି ଭାତ ମୋର ନାମେ, ବଞ୍ଚିଥିବା ବେଳେ ଛାଡି ଥିଲୁ ନେଇ ମୋତେ ତୁ ଅନାଥାଶ୍ରମେ ।

ପେନସିଲ୍ ହେଇ ନ ଆଙ୍କିଲେ ନାହିଁ ତୁମ ପାଇଁ ଗୋଟେ ଖୁସିର ଗାର, ରବର ହେଇ ମୁଁ ଲିଭେଇ ଦେବି ଗୋ ଜୀବନରୁ ଯେତେ ଦୁଃଖ ତୁମର । @ ସନ୍ତୋଷ

ଅଣ୍ଡିରା କୁ କରେ ସାଇଜି ସେଥିପାଇଁ ନାଆଁ ତାର ମାଈଜି 😁😁😁

ଲୁହର କାରଣ ଅସହାୟତା ହୋଇଥାଇପାରେ କିନ୍ତୁ କାପୁରୁଷତା ନୁହଁ ।


Feed

Library

Write

Notification
Profile