Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sujata Dash

Fantasy Others

3  

Sujata Dash

Fantasy Others

ନାଁ ଟି ତାର ମନୁ

ନାଁ ଟି ତାର ମନୁ

2 mins
148


ଚିକ ଚିକ ବାଲି ଉପରେ

ଖରାଟା ଦାଉ ଦାଉ ହେଇ ଜଳୁଛି

ସୂର୍ଯ୍ୟ ଦେବତା ଆଜି ଖୁବ ପ୍ରସନ୍ନ

ବିଲ ବାଡ଼ି ରାସ୍ତା ଘାଟ ବେଶ ତୋରା ଦିଶୁଚି

କେଇ ବର୍ଷ ପରେ

ମଜବୁତ ସ୍ମୃତିର ପୃଷ୍ଠଭୂମିକୁ ଫେରୁଛି

ମନଭିତରର ଆବେଗ କୋହ

ପଦାକୁ ଭିଟାମାଟି ସ୍ପର୍ଶ ଆସିବାକୁ ବ୍ୟସ୍ତ

ରେ ମୃତବତ ଶିହରଣ

ପୁଣି ଥରେ ଜୀବନ୍ୟାସ ପାଇବାକୁ ବ୍ୟଗ୍ର

ଅଭୁଲା ସ୍ମୃତିର ପ୍ରଥମ କିମ୍ବଦନ୍ତୀ ଚାଟଶାଳୀ

ଏଇ ମାତ୍ର ପାର ହେଲି

ଭୁଲି ହେଇନି ଏଯାଏ

ପଣିକିଆ ଘୋଷା

ପାଶୋରି ଗଲେ ସାରଙ୍କର ଲହ ଲହକା ବେତ

କାଦୁଅ ଲଟପଟ ଗାଁ ଦାଣ୍ଡ

ପିଚୁ କେବେଠୁ ହେଲାଣି?

ସଠିକ ଖବର ରଖିପାରିନି

ବୋଉ ଆଉ ନନା ଗଲା ପରେ

ଆସିବାଟା ଖୁବ ବେଶି ଥର ନୁହେଁ

ଆଜି ଆମ ଗାଁ ହାଇସ୍କୁଲର ପଚାଶ ବର୍ଷ ପୂର୍ତ୍ତି ଉତ୍ସବ

ଯୋଗ ଦେବାକୁ ଯାଉଛି ମୁଖ୍ୟ ଅତିଥି ଭାବେ

ଗର୍ବ ର ବିଷୟ ମୋ ପାଇଁ

ହେଲେ ତା ଠୁ ଖୁସିର ବିଷୟ

ପୁରୁଣା ସାଙ୍ଗସାଥି ମାନଙ୍କୁ ଭେଟିବି

କେତେ ପୁରୁଣା କଥା ବଖଣା ହବ

ଧୂଳିର ଆସ୍ତରଣ ସ୍ମୃତିପଟରୁ ପୋଛି ହେଇଯିବ

ଏଇତ ବାଂଫି ପାଖ ପଥର ଉପରେ

ହରିଆ କକା ବସିଛନ୍ତି

ହେଲେ ମତେ ଚିହ୍ନି ପାରିଲେନି

ବେଶ ସ୍ୱାଭାବିକ କଥା

ଚିନ୍ହା ଦେବାରୁ ଜାଣିଲେ

ଆଖି ଛଳ ଛଳ କରି ମନୁ କଥା କହି ପକେଇଲେ

କ୍ଷଣିକ ପାଇଁ ସ୍ତବ୍ଧ ହୋଇଗଲି

ହରିଆ କାକାଙ୍କର ପୁଅ

ମୋର ସବୁଠାରୁ ଅନ୍ତରଙ୍ଗ ସାଙ୍ଗ

କ୍ଲାସ ରେ ସବୁଠୁ ଭଲ ଗୀତ ଗାଉଥିବା

ସହପାଠୀ ମନୁ ଆଉ ନାହିଁ

ନଈରୁ ମାଛ ଧରିବା ବାଉଁଶ ବଣରେ ବଇଁଶୀ ଫୁଙ୍କିବା

ଖେତରୁ କଷି କାକୁଡି ଚୋରି କରିବା

ସଞ୍ଜ ନଇଁ ଆସିଲା ବେଳକୁ ସାଇକଲ ଧରି

ବଜାର ଆଡେ ଯିବା

ଘରେ ନକହି ଚାଟ ଗୁପଚୁପ ଖାଇବା ଇତ୍ୟାଦି ଇତ୍ୟାଦି

ସବୁ ପ୍ରାଞ୍ଜଳ ଭାବେ ମାନସ ପଟରେ ଉଙ୍କି ମାରିଲେଣି

ଅତୀତ ନାମ୍ନୀ ସୁପ୍ତ ଆଗ୍ନେୟଗିରିରୁ ଆରମ୍ଭ ହେଲାଣି

ପୁଣି ଉଦଗୀରଣ

ସିଏ ସିନା ପାଉଁଶ ହୋଇ ଭାସିଯାଇଛି

ନଈର ସେଇ ସର୍ପିଳ ପଥରେ

ହେଲେ ଛାଡି ଯାଇଛି କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତ

ଚିରଦିନ ଲାଗି

ଅନ୍ୟମନସ୍କ ହେଇ କେତେବେଳେ ନଈ କୂଳ ଆଡେ ମାଡିଯାଇଛି

ନାମକୁ ମାତ୍ର ନଈ ସିଏ ଆଜି

ବଂଚିବାର ପ୍ରୟାସ ନେଇ

ସଂଗ୍ରାମ ଜାରି ରଖିଛି

ବଂଚେଇ ରଖିଛି ନିଜ ଭିତରେ "ମନୁ"କୁ

ଆଉ କିଛି ଦୁଲ୍ଲଭ କିଛି ନିଆରା ସନ୍ତକ ମାନଙ୍କୁ

ଡ୍ରାଇଭର ଡାକaରେ ପ୍ରକୃତିସ୍ଥ ହେଲି

"ସାର, ଡେରି ହେଲାଣି

ସେପଟେ ଫଙ୍କସନ ଆରମ୍ଭ ହେଇଯିବଣି

ଆସନ୍ତୁ ଯିବା "

"ହଁ ଚାଲ, ୟା’ ଭିତରେ ଏତେ ବେଳ ହେଇଗଲାଣି !"

"ଆପଣ ତ ଘଡ଼ିଏ ହେଲାଣି ଏଇ ସୁକୁଲା ନଈଟାକୁ ଅନେଇ କି

ଠିଆ ହେଇଛନ୍ତି ଧାର ଅଛି ନ ସୁଅ ଅଛି?"

"ତୁ ବୁଝି ପାରିବୁନିରେ

ଏଇ ନଈ ଗର୍ଭରେ ପରସ୍ତ ପରସ୍ତ ସୁନେଲି ଅତୀତ ଅଛି

ଆଉ ସେଇ ମୂଳଦୁଆକୁ ନେଇ ମୋର ବର୍ତ୍ତମାନ ।"


Rate this content
Log in